यह ब्लॉग खोजें

मंगलवार, 30 नवंबर 2021

लघुकथा अनुवाद: हिन्दी से उड़िया | अनुवादक: श्री शिवाशीष | लघुकथा: एक गिलास पानी | मूल लेखक: चंद्रेश कुमार छतलानी

मूल लघुकथा हिन्दी में पढने के लिए क्लिक करिए: एक गिलास पानी

(अनुवाद में भाषा के अनुसार अल्प परिवर्तन किए गए हैं.)

Translation By:

Shibashis Padhee
Hemgir, Sundargarh
Odhisha

ଗୋଟିଏ ଗ୍ଲାସ ପାଣି 

ଆଜି ବ୍ୟାଙ୍କ ରେ ଲମ୍ବା ଧାଡି ଲାଗିଛି !KYC ଫାର୍ମ ଦାଖଲ ର ଶେଷ ତାରିଖ ନିକଟ କୁ ଆସି ଗଲାଣି !କ୍ଲାର୍କ ଦୀନେଶ ବାବୁ ଯେ କି  ଫର୍ମ ତଦାରଖ କରୁଛନ୍ତି ଭାରି ବିରକ୍ତି ହୋଇ ଗଲେଣି !ଲୋକଙ୍କ ଭିଡ ଧୀରେ ଧୀରେ ବଢୁଛି !ସମସ୍ତେ ତରତର ରେ କେହି ଟିକିଏ ଅପେକ୍ଷା କରିବା ସ୍ଥିତି ରେ ନାହାନ୍ତି !ଠେଲା ପେଲା ଅବସ୍ଥା ରେ କାଉଣ୍ଟର ପଟେ ମାଡି ଯାଉଛନ୍ତି !
ଦୀନେଶ ବାବୁ  ବି ଭାରି ରାଗିକି ଜଣକୁ କହୁଥାନ୍ତି 
""ଏ କଣ ଲେଖି ଛନ୍ତି ମାଡାମ ପୁରା ଭୁଲ ହୋଇଗଲା ଯଦି ନିଜେ ନ ଜାଣୁଛନ୍ତି କାହାକୁ ପଚାରିବା କଥା ଯାଆନ୍ତୁ ନୂଆ ଫର୍ମ ଲେଖିକି ଆଣିବେ 
ଯେ ଯାହା ପାରିଲା ଧରି କି ଆସିଲା ଫ୍ରି ମିଳୁଛି ତ ଯଦି ଗୋଟାକୁ ଦଶ ଟଙ୍କା ପଡନ୍ତା ତା ହେଲେ ଜଣା ପଡନ୍ତା ""

ବହୁ ସମୟ ଧରି ଏ ସବୁ ଲକ୍ଷ୍ୟ କରୁଥିବା ବୃଦ୍ଧ ଜଣେ ଲାଇନ ରୁ ବାହାରି ପାଖରେ ଥିବା ଫିଲଟର ରୁ ଗୋଟିଏ ଗ୍ଲାସ ପାଣି ନେଇ କାଉଣ୍ଟର ପାର୍ଶ୍ଵ ରୁ ତାଙ୍କ ପାଖକୁ ବଢ଼ାଇ ଦେଲେ !

କ୍ଲାର୍କ ଜଣକ ପାଣି ଗ୍ଲାସ ଦେଖି ପଚାରିଲେ 
""କଣ ହେଲା ""
""ନାଇଁ ଆପଣ ବହୁ ସମୟ ହେଲା କଥା କହି କହି ଥକି ଯାଇଥିବେ ତଣ୍ଟି ଶୁଖି ଆସିବନି ପାଣି ଟିକେ ପି ଦିଅନ୍ତୁ ଭଲ ଲାଗିବ ""ବୁଝେଇଲା ଭଳି କହିଲେ ବୃଦ୍ଧ ଜଣକ !

ଅନ୍ୟ ଗ୍ରହ ରୁ ଆସିଥିବା ଲୋକ ଭଳିଆ କିଛି ସମୟ ଅନାଇ ରହି ପାଣି ପିଇ ଦୀନେଶ ବାବୁ କହିଲେ 
""ମୁଁ ସବୁବେଳେ ଅପ୍ରିୟ ସତ କହେ ତ ଏଥିପାଇଁ ସମସ୍ତେ ମତେ ରାଗନ୍ତି ଏଠି ପିଅନ ବି ମତେ ପାଣି ପଚାରୁନି ""

ଅଳ୍ପ ହସି ବୃଦ୍ଧ ଜଣକ ପୁଣି ଯାଇ ନିଜ ଜାଗା ରେ ଠିଆ ହୋଇ ଯାଇଥିଲେ !ଦୀନେଶ ବାବୁ  ପାଣି ପିଇ ନିଜ କାମ ଆରମ୍ବ କରି ଦେଇଥିଲେ କିନ୍ତୁ ତାଙ୍କ ବ୍ୟବହାର ବଦଳି ଯାଇଥିଲା ସେ ନ ରାଗି କି ଲୋକ ଙ୍କୁ ବୁଝାଇ କହୁଥିଲେ !

ସନ୍ଧ୍ୟା ରେ ବୃଦ୍ଧ ଜଣକ ଙ୍କ ପାଖକୁ ଏକ ଫୋନ ଆସିଲା ଆର ପଟେ ଥିଲେ ସେହି ବ୍ୟାଙ୍କ କ୍ଲାର୍କ ଦୀନେଶ ବାବୁ, ସେ କହୁଥିଲେ ""ସାର ଆପଣ ଙ୍କ ଫର୍ମ ରୁ ନମ୍ବର ନେଇଛି ଓ ଧନ୍ୟବାଦ ଦେବା ପାଇଁ ଫୋନ କରିଛି ଆଜି ଅପଣଂକ ଗୁରୁ ମନ୍ତ୍ର ମୋର ବହୁ କାମ ରେ ଆସିଛି !
ବୃଦ୍ଧ ଚମକି କହିଲେ କି ଗୁରୁ ମନ୍ତ୍ର?? 

ଦୀନେଶ ବାବୁ କହୁଥିଲେ, ମୁଁ ଘର କୁ ଆସିଲା ବେଳେ ଘରେ ଜୋରସୋର ରେ  ଶାଶୁ ବହୁ ଙ୍କ ଝଗଡା ଚାଲି ଥିଲା ମୁଁ ଆପଣ ଙ୍କ ମନ୍ତ୍ର ପ୍ରୟୋଗ କରି ମା କୁ ଗ୍ଲାସେ ଓ ପତ୍ନୀ ଙ୍କୁ ଗ୍ଲାସେ ଲେଖାଏଁ ପାଣି ଦେଇ କହିଲି ତଣ୍ଟି ଶୁଖି ଯାଇ ଥିବ ଏଣୁ ପାଣି ଟିକିଏ ପି ଦେଇ ଟିକିଏ ବିଶ୍ରାମ ନିଅ ପରେ ଲଢ଼ିବ !
ଯାଦୁ ପରି ଲଢ଼ିବା ବନ୍ଦ କରି ଦେଲେ ସେମାନେ """

ବୃଦ୍ଧ ହସି ହସି କହୁଥିଲେ ରାଗ ର ସାମ୍ନା ଯଦି ରାଗ ସହ ହୁଏ ସେତେବେଳେ ରାଗ ବହୁ ଗୁଣିତ ହୁଏ  ଆସେ କିନ୍ତୁ ରାଗ ର ସାମ୍ନା ଯଦି ନମ୍ରତା, ବିନୟତା  ସହ ହୂଏ ତେବେ ରାଗ କୁ ପରିବର୍ତନ କରି ଦିଏ !

ମୃଦୁ ହସି ସମ୍ମତି ଦେଉଥିଲେ ଦୀନେଶ ବାବୁ !!!
-0-

2 टिप्‍पणियां: