यह ब्लॉग खोजें

सोमवार, 29 नवंबर 2021

लघुकथा अनुवाद: हिन्दी से उड़िया | अनुवादक: श्री शिवाशीष | लघुकथा: शक्तिहीन | मूल लेखक: चंद्रेश कुमार छतलानी

हिन्दी में पढने लिए क्लिक कीजिए: शक्तिहीन (लघुकथा) : हिन्दी

अनुवाद में भाषा के अनुसार अल्प परिवर्तन किए गए हैं.

Translation By:

Shibashis Padhee
Hemgir, Sundargarh
Odhisha

ଶକ୍ତିହୀନ

ମୂଳଲେଖା -Chandresh Kumar Chhatlani
ଅନୁସୃଜନ -ଶିବାଶିଷ ପାଢ଼ୀ
ଅନୁକୂଳ ସ୍ରୋତରେ ପହଁରି ପହଁରି ଦିନେ ସମୁଦ୍ରରେ ପହଞ୍ଚି ଯାଇଥିଲା ମଧୁର ଜଳର ମାଛଟିଏ ! ଆଶ୍ଚର୍ଯ୍ୟ ହେଉଥିଲା ସେ ! ଭାବୁଥିଲା
ଏ ପାଣି ଏତେ ଲୁଣି କାହିଁକି?
ଏଇଠି କେମିତି ବଞ୍ଚିବି ମୁଁ?
ବ୍ୟସ୍ତ ବିବ୍ରତ ହୋଇ ଏପଟ ସେପଟ ହେଉଥିବା ବେଳେ ପାଖକୁ ଆସିଥିଲା ଲୁଣିଜଳ ମାଛ ଟିଏ !
ପଚାରିଥିଲା --କଣ ହେଲା?
ଭାଇ,ଏ ପାଣି ଏତେ ଲୁଣି କାହିଁକି ମୁଁ ତ ଏଇଠି ବଂଚି ପାରିବି ନାହିଁ ? ପଚାରିଥିଲା ଏ ମାଛ
ହାଁ ଲୁଣି ମାନେ? ପାଣି ତ ଏମିତି ହିଁ ଥାଏ --ଆଶ୍ଚର୍ଯ୍ୟ ହୋଇ କହିଥିଲା ସେ ସମୁଦ୍ର ମାଛ !
ନାଁ ନାଁ ପାଣି ତ ମଧୁର ବି ଥାଏ --ପୁଣି ଆଶ୍ଚର୍ଯ୍ୟ ହେଉଥିଲା ଏ ମାଛ
କେଉଁଠି ପାଣି ମଧୁର ଥାଏ? ଆଶ୍ଚର୍ଯ୍ୟ ହୋଇ ପାଖକୁ ଆସିଯାଉଥିଲା ଲୁଣିମାଛ କହିଥିଲା ଚାଲ ତ ଯିବା !ମୋତେ ଦେଖେଇବୁ...
ହଁ ହଁ... ଚାଲ --କହି ମୁହାଁଣ ଦିଗକୁ ପହଁରିବାର ଚେଷ୍ଟା କରୁଥିଲା ମଧୁରଜଳ ମାଛ !ହେଲେ କେବଳ ହଲୁଥିଲା ଡେଣା !ଜମା ଆଗକୁ ଯାଇପାରୁ ନଥିଲା ସେ !
ଆଶ୍ଚର୍ଯ୍ୟ ହେଉଥିଲା ସମୁଦ୍ର ମାଛ - ପଚାରିଲା
--କଣ ହେଲା ଭାଇ
ନିସ୍ତେଜ ହୋଇ ଯାଉଥିଲା ମଧୁରଜଳ ମାଛ ! ବହୁତ କଷ୍ଟରେ କହିଥିଲା --ଭାଇ ଦୀର୍ଘଦିନ ଧରି ସ୍ରୋତ ଅନୁକୂଳ ସ୍ରୋତରେ ପହଁରି ପହଁରି ମୋର ଅଭ୍ୟାସ ଖରାପ ହୋଇଯାଇଛି ! ସାମାନ୍ୟ ପ୍ରତିକୂଳ ସ୍ରୋତରେ ପହଁରି ପାରୁନାହିଁ ମୁଁ !
କିଛି ବୁଝୁ ନଥିଲା ସମୁଦ୍ର ମାଛ କେବଳ ତାଟକା ହୋଇ ଚାହିଁ ରହିଥିଲା ସେ!!!!!!!!!!!!!

2 टिप्‍पणियां: